ପୁଣି ୧୧ ମହିଳା ସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ସେନାରେ ମହିଳା ଅଧିକାରୀଙ୍କୁ ଏକ ବଡ଼ ସଫଳତା ମିଳିଛି। କେନ୍ଦ୍ର ସରକାର ଆଉ ୧୧ ମହିଳାଙ୍କୁ ୧୦ ଦିନ ମଧ୍ୟରେ ସ୍ଥାୟୀ କମିଶନ ପ୍ରଦାନ କରିବେ। ସୁପ୍ରିମକୋର୍ଟଙ୍କ କଡ଼ା ଆଦେଶ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଏସଜି ସଞ୍ଜୟ ଜୈନ କେନ୍ଦ୍ର ତରଫରୁ ସୁପ୍ରିକୋର୍ଟଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି।

ଅନ୍ୟପଟେ ଯୋଗ୍ୟ ଅଫିସରଙ୍କୁ ମଧ୍ୟ ୩ ସପ୍ତାହ ମଧ୍ୟରେ ପିସି ମିଳିବ। ଯେଉଁ ମହିଳାଙ୍କଠାରେ ଭିଜିଲାନ୍ସ ଓ ଅନୁଶାସନାତ୍ମକ କ୍ଲିୟରାନ୍ସ ଥିବ ସେମାନେ ପିସିର ହକଦାର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏପରି ମହିଳାଙ୍କ ସମ୍ବନ୍ଧରେ ମାସକ ମଧ୍ୟରେ ବିଚାର କରାଯାଉ ବୋଲି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି।