ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ଲାଗି ଘୋଷଣା ହେଲା ଭାରତୀୟ ଟିମ୍

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିରୋଧରେ ହେବାକୁ ଥିବା ଟେଷ୍ଟ ସିରିଜ ଲାଗି ୧୬ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟ ପାଇଁ ଅଜିଙ୍କ୍ୟ ରାହାଣେ ଟିମର ଅଧିନାୟକ ଭାର ସମ୍ଭାଳିବେ। ପ୍ରଥମ ମ୍ୟାଚରେ ବିରାଟ କୋହଲୀଙ୍କୁ ବିଶ୍ରାମ ଦିଆଯିବ କିନ୍ତୁ ଦ୍ୱିତୀୟ ଟେଷ୍ଟରେ ସେ ଅଧିନାୟକତ୍ୱ କରିବେ। ନଭେମ୍ବର ୨୫ରେ କାନପୁରରେ ପ୍ରଥମ ଟେଷ୍ଟ ଖେଳାଯିବ।

କାମ ଚାପ ଓ କ୍ଳାନ୍ତିକୁ ଧ୍ୟାନରେ ରଖି ଚୟନକର୍ତ୍ତା କିଛି ନିୟମିତ ଖେଳାଳିଙ୍କୁ ବିଶ୍ରାମ ଦେଇଛନ୍ତି। ଏହାଦ୍ୱାରା ଟିମରେ ଅଜିଙ୍କ୍ୟ ରାହାଣେ(ଅଧିନାୟକ), ଚେତେଶ୍ୱର ପୂଜାରା(ଉପଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଶୁଭମାନ ଗିଲ, ଶ୍ରେୟସ ଅୟର, ରିଦ୍ଧିମାନ ଶାହ(ୱିକେଟ କିପର),କେଏଓ ଭରତ(ୱିକେଟ କିପର), ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମୋହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣା ସାମିଲ ହୋଇଛନ୍ତି।