ଝାରସୁଗୁଡ଼ାଠାରେ ପ୍ରତିଷ୍ଠା ହେବ ସିକିଲ୍ ସେଲ୍ ଗବେଷଣା କେନ୍ଦ୍ର ଓ ଟ୍ରମା କେୟାର ସେଣ୍ଟର

ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାନଦୀ କୋଲ୍ ଫିଲଡ୍ ଭଳି ମହାରତ୍ନ କମ୍ପାନୀ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେଉଥିବା ପାଣ୍ଠି ଉପରେ ଆଲୋଚନା ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଉପସ୍ଥିତ ରହି ମହାନଦୀ କୋଲଡ୍ ଫିଲଡ୍ର ମୁଖ୍ୟ ପରି·ଳନା ନିର୍ଦ୍ଦେଶକ ଶ୍ରୀ ବି.ଏନ୍. ଶୁକ୍ଳା ଏ ସଂପର୍କରେ ବିଶଦ ତଥ୍ୟ ପ୍ରଦାନ କରିଥିଲେ। ତା’ମଧ୍ୟରୁ ମୁଖ୍ୟତଃ ତାଳଚେରଠାରେ ୪୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ମେଡିକାଲ୍ କଲେଜର ନିର୍ମାଣ କାର୍ଯ୍ୟ ସରିବା ପରେ କମ୍ପାନୀ କର୍ତୃପକ୍ଷ ଏହାର ପରି·ଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ।

ଝାରସୁଗୁଡ଼ା ଜିଲ୍ଲାର ଲଖନପୁରଠାରେ ୫୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ ଶେଷ ହେବା ପରେ ଏଠାରେ ରୋଗୀସେବା ଅ।ରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ ବହୁତଗୁଡ଼ିଏ ଯୋଜନା ହାତକୁ ନିଆଯାଇଛି ବୋଲି ଶ୍ରୀ ଶୁକ୍ଳା ପ୍ରକାଶ କରିଥିଲେ। ଏହି ଅବସରରେ ତାଳଚେର ମେଡିକାଲ୍ କଲେଜ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଶଦ ଆଲୋଚନା ହେବା ସହ ଝାରସୁଗୁଡ଼ାଠାରେ ସିକିଲ୍ସେଲ୍ ରିସର୍ଚ୍ଚ ସେଂଟର ଓ ଟ୍ରମା କେୟାର କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା।