Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଶାର କୃଷି ଉତ୍ପାଦନ କ୍ଲଷ୍ଟରକୁ ସ୍କଚ୍ ଗଭର୍ଣ୍ଣାନ୍ସ ସ୍ୱର୍ଣ୍ଣ ପଦକ ପୁରସ୍କାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଶାର କୃଷି ଉତ୍ପାଦନ କ୍ଲଷ୍ଟରକୁ ସ୍କଚ୍ ଗଭର୍ଣ୍ଣାନ୍ସ ସ୍ୱର୍ଣ୍ଣ ପଦକ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅଧିନରେ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ଓ ଏହାର କାର୍ଯ୍ୟକାରିତାରେ ଉତ୍କର୍ଷ ନିମନ୍ତେ ୨୦୧୯ ବର୍ଷ ପାଇଁ ସ୍କଚ୍ ସ୍ୱର୍ଣ୍ଣ ପଦକ ପାଇଛି। ଓଡ଼ିଶା କୃଷି ଉତ୍ପାଦନ କ୍ଲଷ୍ଟରକୁ ଏହାର ଅଭିନବ ପରିକଳ୍ପନା ଯୋଗୁଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀସ୍ଥିତ ମଭଲଙ୍କର ହଲ୍ଠାରେ ୬୧ତମ ସ୍କଚ୍ ଆୱାର୍ଡ଼ ସମାରୋହରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥର ପୁରସ୍କାର ଉତମ ପ୍ରଶାସନ ନିମନ୍ତେ ପ୍ରଦାନ କରାଯାଇଥିଲା। ଓଡ଼ିଶାର ଜନଜାତି ଅଂଚଳରେ କୃଷି ଉତ୍ପାଦନ କ୍ଲଷ୍ଟରର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏହି ସମ୍ମାନଜନକ ପୁରସ୍କାର ପାଇଁ ବିବେଚିତ ହୋଇଥିଲା। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶକଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ନଭେମ୍ବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ୱ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଫଳରେ ଓଡ଼ିଶା ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାରେ ସଫଳ ହୋଇଛି। ଜନଜାତି ବହୁଳ ଅଂଚଳ ଗୁଡ଼ିକରେ ଚାଷୀ ତଥା ମହିଳା ମାନଙ୍କ ଆୟ ବୃଦ୍ଧି ଓ ଜୀବିକା ନିର୍ବାହ ନିମନ୍ତେ ଓଡ଼ିଶାର ୧୨ଟି ଜନଜାତିବହୁଳ ଜିଲ୍ଲାର ୪୦ଟି ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପରେ ଏକ ଲକ୍ଷରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଓ ମହିଳା ଚାଷୀ ଉପକୃତ ହେବେ।