ଭୁବନେଶ୍ୱରରେ ଡବଲ ମର୍ଡର, ଅଭିଯୁକ୍ତ ଫେରାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରର ତମାଣ୍ଡୋ ଥାନା କଳିଙ୍ଗ ନଗର ଅଞ୍ଚଳରେ ଡବଲ ମର୍ଡର ହୋଇଛି। ଜଣେ ବ୍ୟକ୍ତି ତାଙ୍କ ୧୦ ବର୍ଷର ପୁଅ ଓ ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଘରେ ଉଭୟଙ୍କ ମୃତଦେହ ପଡ଼ି ରହିଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ତମାଣ୍ଡୋ ଥାନା ପୁଲିସ ଉପସ୍ଥିତ ରହିଛି।