ନୂଆଦିଲ୍ଲୀ: ଆମେରିକାରେ ଏବେ ୫ରୁ ୧୧ ବର୍ଷର ପିଲାଙ୍କୁ କରୋନା ଭ୍ୟାକ୍ସିନ ଲଗାଯିବ। ଆମେରିକାର ଖାଦ୍ୟ ଏବଂ ଔଷଧୀ ପ୍ରଶାସନ ପିଲାଙ୍କ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଫାଇଜର-ବାୟୋଟେକ ପ୍ରଥମ ଏମିତି ଏକ କମ୍ପାନୀ ହୋଇଯାଇଛି ଯାହାର ଟିକାକୁ ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଏଫଡିଏ ମଞ୍ଜୁରୀ ପ୍ରଦାନ କରିଛି। ପିଲାଙ୍କୁ ଭ୍ୟାକ୍ସିନର ୨ଟି ଡୋଜ୍ ୨୧ ଦିନ ଅନ୍ତରାଳରେ ଦିଆଯିବ ବୋଲି ଜଣାପଡ଼ିଛି।
ଫାଇଜରର ଚିଫ ଏକ୍ସଜିକ୍ୟୁଟିଭ ଅଫିସର ଅଲବର୍ଟ ବୋଲା କହିଛନ୍ତି ଯେ, ଆମେରିକାରେ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି। ଭ୍ୟାକ୍ସିନ ଆସିବା ପରେ ପିଲାଙ୍କୁ ସୁରକ୍ଷା ମିଳିବ ଏବଂ କରୋନା ଲଢ଼େଇରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ। ଏହି ଭ୍ୟାକ୍ସିନ ଦ୍ୱାରା ଆମେ ପିଲା, ତାଙ୍କ ପରିବାର ଓ ସମାଜକୁ ସୁରକ୍ଷା ପ୍ରଦାନ କରିପାରିବୁ।