୨୨ ଦିନ ପରେ ଜେଲରୁ ମୁକୁଳିଲେ ଆର୍ୟ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନ ଡ୍ରଗ୍ସ ମାମଲାରେ ୨୨ ଦିନ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି। ଜେଲରୁ ମୁକୁଳିବା ପରେ ଆର୍ୟ୍ୟନ ପିତା ଶାହରୁଖଙ୍କ ସହ ସିଧାସଳଖ ମନ୍ନତରେ ପହଂଚିଛନ୍ତି। ଏହି ସମୟରେ ଶାହରୁଖଙ୍କ ଘର ବାହାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା।

ଆର୍ଥର ରୋଡ ଜେଲ ଅଧିକାରୀଙ୍କ ମୁତାବକ, ଆର୍ୟ୍ୟନ ଜେଲରୁ ମୁକୁଳିବାକୁ ନେଇ ଖୁବ୍ ଖୁସି ଥିଲେ। ସେ ଜେଲରୁ ଆସିବା ସମୟରେ ଅନ୍ୟ କଏଦୀଙ୍କୁ ଦେଖା କରିବା ସହ ଆଲିଙ୍ଗନ କରିଥିଲେ। ଏହାପୂର୍ବରୁ ଆର୍ୟ୍ୟନ ଜେଲରଙ୍କୁ ମୁକୁଳିବାର ସମୟ ପଚାରିଥିଲେ। ଆର୍ୟ୍ୟନ ସକାଳ ୧୧ଟାରେ ଜେଲରୁ ମୁକୁଳିଛନ୍ତି।