ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନସ୍ଥ ଚକ୍ରଧର ମେମୋରିଆଲ୍ ନୋଡାଲ୍ ଉପ୍ରା ବିଦ୍ୟାଳୟର ଜାତୀୟ ସବୁଜ ବାହିନୀ ପକ୍ଷରୁ ଏକ ପରିବେଶ ସଚେତନତା ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସବୁଜ ବାହିନୀର ସଂଯୋଜିକା ସିଆରସିସି ମିନତି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିବେଶ ସୁରକ୍ଷା ଓ ଗଛ ଲଗାଇବାର ଉପକାରିତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଛି। ଏଥି ସହିତ ଅତିଥି ମାନଙ୍କ ଦ୍ୱାରା ମୋ’ ସ୍କୁଲ ବଗିଚାରେ ବିଭିନ୍ନ ପ୍ରକାର ଔଷଧୀୟ ଓ ଫୁଲ ଚାରା ରୋପଣ କରାଯାଇଛି।
ପ୍ରଧାନଶିକ୍ଷକ ରବୀନ୍ଦ୍ର ନାଥ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ବିଆରସିସି ଲକ୍ଷ୍ମଣ କୁମାର ଲେଙ୍କା, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଏବିଓ ନାରାୟଣ ରାଉତ, ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ଅଶୋକ କୁମାର ସେନାପତି, ଶିକ୍ଷୟିତ୍ରୀ ଜୟଶ୍ରୀ ଶତପଥୀ, ସସ୍ମିତା ସାହୁ, ଆରତୀ ରାଉତ, ସୁକାନ୍ତି ମାହୁନ୍ତ, ରଣଜିତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।