ପୁଲୱାମାର ୪୦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶାହ

ଜମ୍ମୁ-କଶ୍ମୀର: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ୪୦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶାହଙ୍କ ସହ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପୂର୍ବରୁ ଶାହ ଓ ସିହ୍ନା କାଲି ରାତିରେ ଲେଥପୋରାସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ପହଂଚିଥିଲେ ଯେଉଁଠି ୨୦୧୯ ଫେବୃଆରୀ ୧୪ରେ ଯବାନଙ୍କ ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ, ଅମିତ ଶାହ ସିଆରପିଏଫ୍ କ୍ୟାମ୍ପ ପହଂଚି ଯବାନଙ୍କୁ ଭେଟିବା ସହ ତାଙ୍କୁ ସମ୍ବୋଧିତ କରିଥିଲେ। ପରେ ଯବାନଙ୍କ ସହ ଶାହ ରାତ୍ରିଭୋଜନ କରିଥିଲେ। ଯେଉଁ ଟେବୁଲରେ ବସି ଯବାନମାନେ ଖାଇଥାନ୍ତି ଶାହ ମଧ୍ୟ ସେଠାରେ ଖାଇଥିଲେ। ଏଥିସହିତ ସେଠାରେ ରାତ୍ରିଯାପନ ମଧ୍ୟ କରିଥିଲେ।