ପିଟି ଉଷାଙ୍କୁ ଭେଟେରାନ୍ ପିନ୍ ଆୱାର୍ଡ

ଦୋହା: ଭାରତର ଦୌଡ ରାଣୀ ଭାବେ ପରିଚିତ ପିଟି ଉଷାଙ୍କୁ ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଅଫ୍ ଆଥଲେଟ୍ସ (ଆଇଏଏଏଫ୍) ପକ୍ଷରୁ ଭେଟେରାନ୍ ପିନ୍ ଆୱାର୍ଡ ପ୍ରଦାନ କରାଯାଇଛି। ଦୋହାଠାରେ ଅନୁଷ୍ଠିତ ଆଇଏଏଏଫ୍ର ୫୨ତମ ସମ୍ମିଳନୀରେ ପିଟି ଉଷାଙ୍କୁ ସମ୍ମାନିତ କରାଯାଇଛି।

ଭେଟେରାନ୍ ପିନ୍ ଆୱାର୍ଡ ପାଇବା ପରେ ଉଷା ଟ୍ୱିଟ୍ କରିଛନ୍ତି କି, ଆଇଏଏଏଫ୍ ସଭାପତି ସେବେଷ୍ଟିଅନ୍ କୋଏ ଏହି ପୁରସ୍କାର ପ୍ରଦାନ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞ। ଏବେ ଭାରତରେ ଆଥଲେଟିକ୍ସର ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଆଗକୁ ଏହାର ଅଧିକ ଉନ୍ନତି ପାଇଁ ଚେଷ୍ଟା କରିବି ଏହା ଉଲ୍ଲେଖ କରିବା ସହ ଉଷା ଆୱାର୍ଡ ପାଇବାର ଫଟୋଙ୍କୁ ମଧ୍ୟ ଟ୍ୱିଟରରେ ଅପ୍ଲୋଡ୍ କରିଛନ୍ତି।

ପାୟୋଲି ଏକ୍ସପ୍ରେସ୍ ଭାବେ ପରିଚିତ ପିଟି ଉଷା ୧୯୮୪ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ୪୦୦ ମିଟର ହର୍ଡଲ୍ସରେ ଅଂଶଗ୍ରହଣ କରି ମାତ୍ର ୧/୧୦୦ ସେକେଣ୍ଟ ପାଇଁ ବ୍ରୋଞ୍ଜ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ୧୯୮୩ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଅର୍ଜୁନ ପୁରସ୍କାର ଓ ୧୯୮୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।