ଚିନ୍ମୟାନନ୍ଦ ଓ ଦୁଷ୍କର୍ମ ପ୍ରସଙ୍ଗ: ଅଭିଯୁକ୍ତ ହସ୍ପିଟାଲରେ, ପୀଡିତା ଜେଲରେ!

ଉତ୍ତରପ୍ରଦେଶ: ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଜଣେ ଆଇନ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଭିଯୁକ୍ତ ଚିନ୍ମୟାନନ୍ଦଙ୍କୁ ଧମକ ଓ ଟଙ୍କା ମାଗିବା ଅଭିଯୋଗରେ ଆଇନ୍ ଛାତ୍ରୀଙ୍କୁ ଗିରଫ କରାଯାଇତିଲା। ଶେଷରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଚିନ୍ମୟାନନ୍ଦ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ରବିବାର ପର୍ଯ୍ୟନ୍ତ ସେ ହସ୍ପିଟାଲରେ ଥିବା ଜଣାପଡିଛି।

ପ୍ରକାଶଯୋଗ୍ୟ, ଉତ୍ତର ପ୍ରଦେଶର ଶାହାଜାହନପୁରସ୍ଥିତ ସ୍ଥାନୀୟ କୋର୍ଟ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିବା ଆଇନଛାତ୍ରୀଙ୍କ ଜାମିନ ଆବେଦନକୁ ବୁଧବାର ଖାରଜ କରିଛନ୍ତି। ଧମକାଇ ବଟି ଆଦାୟ ଅଭିଯୋଗରେ ପୁଲିସ ସମ୍ପୃକ୍ତ ଆଇନଛାତ୍ରୀଙ୍କୁ ଗିରଫ କରିଥିଲା। ଗିରଫଦାରିରୁ ବର୍ତ୍ତିବା ପାଇଁ ଆଇନଛାତ୍ରୀ ଜଣକ ସ୍ଥାନୀୟ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ତେବେ ତାଙ୍କ ଜାମିନର ଶୁଣାଣି ହେବା ପୂର୍ବରୁ ପୁଲିସ ତାଙ୍କୁ ଗିରଫ କରିସାରିଥିଲା। କୋର୍ଟ ଅଭିଯୁକ୍ତ ଛାତ୍ରୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇ ଦେଇଛନ୍ତି। ଆଇନଛାତ୍ରୀଙ୍କ ଗିରଫଦାରିକୁ ବହୁଜନ ସମାଜ ପାର୍ଟି (ବିଏସ୍ପି) ସମାଲୋଚନା କରିଛି। ଦଳର ଜାତୀୟ ମୁଖପାତ୍ର ସୁଧୀନ୍ଦ୍ର ଭାଦୋରିଆଙ୍କ ମତରେ ଆଇନଛାତ୍ରୀଙ୍କ ଗିରଫଦାରିରୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସ୍ପଷ୍ଟ ହୋଇଯାଇଛି। ଦୁଷ୍କର୍ମ ଅଭିଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କୁ ପୁଲିସ ହାଜତରେ ଦେଖିବାକୁ ମିଳୁଛି।