ନୂଆଦିଲ୍ଲୀ: ଭାରତୀୟ ସେନା ଏଲଓସିରେ ଉରୀ ପାଖରେ ରାମପୁର ସେକ୍ଟରରେ ୩ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଉକ୍ତ ଆତଙ୍କବାଦୀଙ୍କଠାରୁ ୫ଟି ଏକେ-୪୭, ୮ଟି ପିସ୍ତୋଲ ଓ ୭୦ଟି ହାତଗୋଳା ଜବତ କରାଯାଇଛି। ନିକଟରେ ଏହି ଆତଙ୍କବାଦୀମାନେ ପାକିସ୍ତାନ କବଜାଯୁକ୍ତ କଶ୍ମୀରରୁ ଭାରତୀୟ ସୀମାରେ ପ୍ରବେଶ କରିଥିଲେ।
ଅନ୍ୟପଟେ ବୁଧବାର ରାତିରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହେବା ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏନେଇ କଶ୍ମୀର ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।