ସୋନୀପତରେ ସ୍କୁଲ ଛାତ ଖସି ୨୫ ଛାତ୍ର ଆହତ

ହରିୟାଣା: ସୋନୀପତର ଗନ୍ନୋରସ୍ଥିତ ଜୀବାନନ୍ଦ ସ୍କୁଲର ଛାତ ଖସି ୨୫ଜଣ ଛାତ୍ର ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଛାତରେ କାମ କରୁଥିବା ୩ଜଣ ଶ୍ରମିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପରେ ଆହତ ହୋଇଥିବା ସମସ୍ତ ଛାତ୍ରଙ୍କୁ ହସ୍ପିଟାଲ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଅନେକ ଛାତ୍ରଙ୍କୁ ଛାଡ଼ି ଦିଆଯାଇଛି। ଅନ୍ୟପଟେ ଅଧିକ ଗୁରୁତର ଥିବା ଛାତ୍ରଙ୍କୁ ଖାନପୁର ପିଜିଆଇ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।