ଜିଲ୍ଲା ପୁଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ପୁଲିସ ଏବଂ ଲାୟନ୍ସ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ରିଜର୍ଭ ପୁଲିସ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ଉଦଘାଟନ କରି ରକ୍ତଦାନର ଉପକାରିତା ଏବଂ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ଏହାପରେ ଜିଲ୍ଲା ପୁଲିସ କର୍ମଚାରୀମାନେ ରକ୍ତଦାନ ଦାନ କରିଥିଲେ। ଏହି ଶିବିରରେ ମୋଟ ୭୫ ୟୁନିଟ ରକ୍ତ ସଂଗୃହୀତ ହୋଇ ଜିଲ୍ଲା ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଛି। ଜିଲ୍ଲାରେ ରକ୍ତାଭାବକୁ ଦୂର କରିବା ସହ ଲୋକଙ୍କୁ ରକ୍ତଦାନ କରିବା ପାଇଁ ସଚେତନତା କରିବାକୁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି ବୋଲି ଜିଲ୍ଲା ପୁଲିସ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ, ଝାରସୁଗୁଡା ତଥା ବ୍ରଜରାଜନଗର ଏସଡିପିଓ, ସମସ୍ତ ଥାନାର ଥାନା ଅଧିକାରୀ ତଥା ପୁଲିସ କର୍ମଚାରୀ, ଲାୟନ୍ସ କ୍ଲବର ସଭାପତି, ସଦସ୍ୟ, ବରିଷ୍ଠ ଆଇନଜୀବୀ ତାପସରାୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲା  ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ।