Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏବିଇଓ ଓ ସିଆରସିସଙ୍କୁ ର୍ଦୁବ୍ୟବହାର ପଡିଲା ମହଙ୍ଗା  : ଶିକ୍ଷକନିଲମ୍ବିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏବିଇଓ ଓ ସିଆରସିସଙ୍କୁ ର୍ଦୁବ୍ୟବହାର ପଡିଲା ମହଙ୍ଗା  : ଶିକ୍ଷକନିଲମ୍ବିତ

ବାଲିଗୁଡା, ଏନ୍ଏଏନ୍ଏସ୍ : ଏବିଇଓ ଓ ସିଆରସିସିଙ୍କୁ ର୍ଦୁବ୍ୟବହାର ମହଙ୍ଗା ପଡିଲା ଶିକ୍ଷକଙ୍କୁ। ଶିକ୍ଷକ ହେଲେ ନିଲମ୍ବିତ। ଘଟଣାଟି ଘଟିଛି ବାଲିଗୁଡାର ପାଟଖଣ୍ଡା ୟୁପିଏସ ବିଦ୍ୟାଳୟରେ। ଏହି ସ୍କୁଲର ଶିକ୍ଷକ କୈଳାଶଚନ୍ଦ୍ର ସାହୁ ହୋଇଛନ୍ତି ନିଳମ୍ବିତ । ନିଲମ୍ବିତ କରିଛନ୍ତି ଗୋଷ୍ଠି ଶିକ୍ଷା ଅଧିକାରୀ ଚିତ ରଂଜନ ତ୍ରିପାଠୀ।

ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖ ଦିନ ପାଟଖଣ୍ଡା ୟୁପିଏସ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ବିଇଓ ଚିତ ରଂଜନ ତ୍ରିପାଠୀ,ଏବିଇଓ ବଳରାମ ବେହେରା ଓ ସିଆରସିସି ଗୌରୀ ଶଙ୍କର ପାଢୀ। ବିଇଓ କିଛି ସମୟ କିଛି କାର୍ଯ୍ୟ ପଡିବାରୁ ସେ ବିଦ୍ୟାଳୟରୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ କିନ୍ତୁ ବିଇଓ ଓ ସିଆରସିସି ଉକ୍ତ ବିଦ୍ୟାଳୟରେ ରହି ବିଭିନ୍ନ ଖାତାପତ୍ର ଯାଂଚ କରିଥିଲେ। ଏହି ସମୟରେ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ କୈଳାସ ଚନ୍ଦ୍ର ସାହୁ ବିଇଓ ଓ ସିଆରସିସିଙ୍କୁ ଆସି ଗାଲିଗୁଲଜ କରି ର୍ଦୁବ୍ୟବହାର ଦେଖାଇଥିଲେ। ଏହ ପରେ ଏବିଇଓ ଓ ସିଆରସିସି ଘଟଣା ବିଷୟରେ ବିଇଓଙ୍କୁ ଦୃଷ୍ଟିଆଳପ କରି ଲିଖିତ ଜଣାଇଥିଲେ। ଏହାକୁ ନଜର ରଖି ବିଇଓ ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅମିତାସ୍ମିତା ନାୟକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନଶିକ୍ଷୟତ୍ରୀ ଘଟଣାର ତଦନ୍ତକରି ଏକ ରିପୋର୍ଟ ବିଇଓଙ୍କୁ ଦେଇଥିଲେ। ରିପୋର୍ଟକୁ ଆଧାର କରି ଗୋଷ୍ଠି ଶିକ୍ଷାଅଧିକାରୀ କାର୍ଯ୍ୟଳୟର ସଂପୃକ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁଙ୍କୁ ନିଳମ୍ବିତ କରିଛନ୍ତି।