Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପାନୀୟ ଜଳ ସଂକଟ : ପ୍ରତିକାର ପାଇଁ ପ୍ରଶାସନର ଆନ୍ତରୀକତା ନାହିଁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପାନୀୟ ଜଳ ସଂକଟ : ପ୍ରତିକାର ପାଇଁ ପ୍ରଶାସନର ଆନ୍ତରୀକତା ନାହିଁ

ଉଖୁଣ୍ଡା, ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ବନାଞ୍ଚଳରେ ରହିଥିବା ଗ୍ରାମ ଗୁଡିକରେ ବସବାସ କରୁଥିବା ବାସିନ୍ଦା ମାନେ ଏବେ ପିଇବା ପାଣିର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ପାନୀୟ ଜଳ ସଂକଟକୁ ଦୂର କରିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହେଉଛି। ନଳକୂଅ ଖରାପ ହେଲେ ମରାମତି ପ୍ରତି ଧ୍ୟାନ ଦେଉନାହାନ୍ତି, ପାନୀୟ ଜଳ ପ୍ରକଳ୍ପ ଗୁଡିକ ଠିକ ଭାବରେ ରକ୍ଷଣା ବେକ୍ଷଣା କରାଯାଉ ନାହିଁ, ସୋଲାର ସିଷ୍ଟମ ନଳକୂଅ ଗୁଡିକ ଅଚଳ ହୋଇପଡିଥି ମଧ୍ୟ ମରାମତି ଠିକ ଭାବରେ ହୋଇପାରୁ ନଥିବା ଦେଖିବାକୁ ମିଳିଛି। ସେହିପରି ଅନେକ ପ୍ରକଳ୍ପ ଗୁଡିକ ଅଧା ପନ୍ତରୀଆ ହୋଇ ପଡିଥିଲେ ମଧ୍ୟ ତାକୁ ସଂପୂର୍ଣ୍ଣ କରୁନାହାନ୍ତି। ପ୍ରଶାସନର ଏହି ଖାମଖିଆଲ ଯୋଗୁଁ ପାନୀୟ ଜଳ ସମସ୍ୟା ବାନାଞ୍ଚଳ ଗ୍ରାମ ଗୁଡ଼ିକରେ ସଂକଟ ଦେଖା ଦେଇଛି ଯାହା ଫଳରେ ବନାଞ୍ଚଳ ବାସିନ୍ଦା ଚୂଆପାଣିକୁ ଆଦରି ନେଇଛନ୍ତି।

ସୂଚନା ଅନୁଯାୟୀ, ଝୁମ୍ପୁରା ବ୍ଲକର ୨୨ ଗୋଟି ଗ୍ରାମ ପଞ୍ଚାୟତରେ ସମୁଦାୟ ୧୫୪ଟି ଗ୍ରାମ ରହିଛି। ସେଥିମଧ୍ୟରୁ ୧୫୦ଟି ଗ୍ରାମ ହେଉଛି ରାଜସ୍ୱ ଗ୍ରାମ ରହିଛି। ଏହି ୧୫୦ଟି ଗ୍ରାମର ଲୋକ ସଂଖ୍ୟା ସମୁଦାୟ ୧ ଲକ୍ଷ ୧୪ ହଜାର। ବ୍ଲକର ସମୁଦାୟ ଲୋକଙ୍କ ପାଇଁ ରହିଛି ୧୫୮୫ଟି ନଳକୂଅ ରହିଛି ସେଥି ମଧ୍ୟରୁ କେତେକ ନଳକୂଅ ମାସ ମାସ ଧରୀ ସଂପୂର୍ଣ୍ଣ ଅଚଳ ହୋଇପଡିଥିଲେ ମଧ୍ୟ ତାଙ୍କୁ ମରାମତି କରିବା ଦିଗରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ସୂଚନା ଅନୁସାରେ ୩୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି, ଯାହା ଦ୍ୱାରା ୫୦ ହଜାର ବାସିନ୍ଦା ପାନୀୟ ଜଳ ପାଇବେ ବୋଲି ଲକ୍ଷ ପ୍ରଶାସନ ରଖିଛି। ହେଲେ ଖେଣ୍ଡେରା, ନହବେଡା, ଅସୁକି, ଆଦି ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକ ବହୁ ସମୟ ଅଚଳ ହୋଇ ପଡିରୁହୁଥିବା ସମ୍ପର୍କରେ ସଂପୃକ୍ତ ଗ୍ରାମର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ସେହିପରି ବନାଞ୍ଚଳରେ ଅବସ୍ଥିତ ବସନ୍ତପୁର, ନୟାଗଡ, ମାଲଦା, କୁଟୁଗାଁ ପଞ୍ଚାୟତ ଗୁଡିକରେ ରହିଥିବା ଗ୍ରାମ ଗୁଡିକରେ ୧୫୨ଟି ସୋଲାର ସିଷ୍ଟମ ନଳକୂଅ କରାଯିବାର ଯୋଜନା ଓରେଡା କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରତ୍ୟକ ସୋଲାର ସିଷ୍ଟମ ନଳକୂଅ ପାଇଁ ବ୍ୟୟ ବରାଦ ରହିଛି ୧୦ ଲକ୍ଷରୁ ଉଦ୍ଦ୍ୱର୍ଟଙ୍କା। କିନ୍ତୁ ଆଜି ପର୍ଯ୍ୟନ୍ତ ୭୬ଟି ସୋଲାର ସିଷ୍ଟମ ନଳକୂଅ କାର୍ଯ୍ୟକ୍ଷମ ହୋଇ ପାରିଛି। ମାଲଦା ଗ୍ରାମ ପଞ୍ଚାୟତରେ ଗୋଟିଏ ହେଲେ ସୋଲାର ନଳକୂଅ କାର୍ଯ୍ୟକ୍ଷମ ହୋଇ ନଥିବାର ସୂଚନା ମିଳିଛି। କାର୍ଯ୍ୟକ୍ଷମ ହୋଇଥିବା ସୋଲାର ନଳକୂଅ ଗୁଡିକରେ ମରାମତି କରାଯିବା ନେଇ ଉଦାସିନ ତଥା ନିମ୍ନମାନର କାମ ଯୋଗୁଁ ବସନ୍ତପୁର ପଞ୍ଚାୟତରେ ଓଭରହେଡ ଟାଙ୍କି ଫାଟି ଯାଇ ପାଣି ବାହାରୀ ଚାଲିଛି।

କୁଟୁଗାଁ ଏବଂ ନୟାଗଡ ପଞ୍ଚାୟତରେ କେତେକ ସୋଲାର ର ସେନସର ଖରାପ ଯୋଗୁଁ ଓଭରହେଡ ଟାଙ୍କିରୁ ପାଣି ଉଛୁଳି ପଡୁଛି। ପାଇପ ଜାମ ଯୋଗୁଁ ଟ୍ୟାପକୁ ପାଣି ଆସୁନାହିଁ ଯାହା ଫଳରେ ସ୍ଥାନୀୟ ବାସିନ୍ଦା ପିଇବା ପାଣି ଟୋପାଏ ପାଇଁ ବାର ହିନସ୍ଥା ହେଉଛନ୍ତି। ଝୁମ୍ପୁରା ବ୍ଲକରେ ବିଭିନ୍ନ ପଞ୍ଚାୟତରେ ପିଇବା ପାଣି ପାଇଁ ସରକାର ପ୍ରର୍ଯ୍ୟାପ୍ତ ପରିମାଣର ଅଧିକାରୀ ଖର୍ଚ୍ଚ କରୁଛନ୍ତି କିନ୍ତୁ ଦାୟିତ୍ୱରେ ରହିଥିବା ଅଧିକାରୀ ମାନେ ତାର ରକ୍ଷଣା ବେକ୍ଷଣା ଠିକ ସମୟରେ କରୁନଥିବାରୁ ଆଜି ସ୍ଥାନୀୟ ବାସିନ୍ଦା ଚୂଆ ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଝୁମ୍ପୁରା ବ୍ଲକରେ ପିଇବା ପାଣି ସମସ୍ୟା ସମ୍ପର୍କରେ ହୋଇଥିବା ଅଭିଯୋଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ମୋହନ ଚରଣ ସିଂଙ୍କ ସହିତ ଯୋଗା ଯୋଗ କରିବାରୁ ସେ କହନ୍ତି ପ୍ରକଳ୍ପ ଏବଂ ସୋଲାର ସିଷ୍ଟମ ନଳକୂଅ ପାଇଁ ଟେଣ୍ଡର ନେଇଥିବା ଠିକାଦାର ମାନେ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାମ ସାରି ପାରୁ ନାହାନ୍ତି, ଯାହା ଫଳରେ ଏହିପରି ଅସୁବିଧା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।