ପୁରୀ,ଏନ୍ଏନ୍ଏସ୍: ଏଣିକି ପ୍ରତ୍ୟେକ ଶନିବାର ଦିନ ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆଜି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଏସଓପି ଜାରି ହୋଇଛି। ତେବେ ସାନିଟାଇଜେନସ ପାଇଁ କେବଳ ରବିବାର ଦିନ ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।
ସେହିପରି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତିରେ ଦୈନିକ ଦର୍ଶନ ଅବଧିକୁ ଆହୁରି ୨ ଘଣ୍ଟା ବୃଦ୍ଧି କରାଯାଇଛି। ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୦ ତାରିଖ ଦିନ ଗଣେଶ ପୂଜା ଓ ୧୭ ତାରିଖ ଦିନ ବିଶ୍ୱକର୍ମ ପୂଜା ପଡ଼ୁଥିବାରୁ ଉକ୍ତ ଦିନଗୁଡ଼ିକରେ ମଧ୍ୟ ଦର୍ଶନ ବନ୍ଦ ରହିବ। ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ବସିଥିବା ବେଳେ ଏହାକୁ ଅଧ୍ୟକ୍ଷତା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ, ସିଡିଏମଓ, ଏସପି, ପରିଚାଳନା କମିଟିର ୫ ଜଣ ସଦସ୍ୟ ଓ ମନ୍ଦିର ପ୍ରଶାସନିକ ଅଧିକାରୀ।