- କୋଲକାତା: ପଶ୍ଚିମବଙ୍ଗର ୩ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ତୃଣମୂଲ କଂଗ୍ରେସ (ଟିଏମସି) ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜାଙ୍ଗିପୁରରୁ ଜାକିର ହୁସେନ୍ ଏବଂ ସାମସରଗଞ୍ଜରୁ ଆମୀରଲ ଇସଲାମ। ୩୦ ସେପ୍ଟେମ୍ବରରେ ମତଦାନ ହେବ। ପଶ୍ଚିମବଙ୍ଗର ୩ ଟି ବିଧାନସଭା ଆସନରୁ ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ସ୍ଥିର କରାଯାଇଥିବା ସୂଚୀ ଅନୁଯାୟୀ ସେପ୍ଟେମ୍ବର ୧୩ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେବ ଏବଂ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୬ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ। କରୋନାରୁ ରକ୍ଷା ପାଇବା ପାଇଁ ଆୟୋଗ ଦ୍ୱାରା ଏଥର ଅତ୍ୟଧିକ କଠୋର ନିୟମ କରାଯାଇଛି।