ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ ଟିକାକରଣ ଲାଭାର୍ଥୀଙ୍କୁ ସମ୍ବୋଧନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ଥିଲେ।
ଏହି ଅବସରରେ ହିମାଚଳ ପ୍ରଦେଶର ଟିକାକରଣ ଅଭିଯାନର ପ୍ରଶଂସା କରି ମୋଦୀ କହିଛନ୍ତି ଯେ, ‘୧୦୦ ବର୍ଷର ସବୁଠୁ ବଡ଼ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ହିମାଚଳ ପ୍ରଦେଶ ଚାମ୍ପିୟାନ ହୋଇ ସାମ୍ନାକୁ ଆସିଛିି। ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯିଏକି ତା’ର ସମ୍ପୂର୍ଣ୍ଣ ଯୋଗ୍ୟ ଜନବସତିକୁ ପ୍ରଥମ ଡୋଜ୍ ଭ୍ୟାକ୍ସିନ ଲଗାଇ ସାରିଛି। ଆଉ ଏକ ତୃତୀୟାଂଶ ଜନବସତିଙ୍କୁ ଡୋବଲ ଡୋଜ୍ ଲଗାଇଛି। ହିମାଚଳ ପ୍ରଦେଶରେ ସମସ୍ତ ପ୍ରକାର ସମସ୍ୟା ଥିଲା ଯାହାକି ଟିକାକରଣରେ ବାଧା ସୃଷ୍ଟି କରିପାରିଥାନ୍ତା।’