ଟୋକିଓ ପାରାଲମ୍ପିକ୍ସ: ସେମିଫାଇନାଲରେ ଓଡ଼ିଆ ତାରକା ପ୍ରମୋଦ ଭଗତ

ନୁଆଦିଲ୍ଲୀ,ଏଜେନ୍ସି: ଚାଲିଥିବା ଟୋକିଓ ପାରାଲମ୍ପିକ୍ସ ବ୍ୟାଡମିଣ୍ଟନ ଏକକ ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ ଭଗତ। ୟୁକ୍ରେନର ଚିରକୋଭ ଓଲେକ୍ସଚନ୍ଦ୍ରଙ୍କୁ ପରାସ୍ତ କରିବା ପରେ ଭାରତୀୟ ସଟଲର ପ୍ରମୋଦ ଭଗତ ଗୁରୁବାର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାଗତ ଖେଳର ପ୍ରାରମ୍ଭରେ ସ୍ଥିର ପ୍ରଦର୍ଶନ କରି ଓଲେକ୍ସଚନ୍ଦ୍ରଙ୍କୁ ଦୁଇଟି ସେଟରେ ପରାସ୍ତ କରି ୨୬ ମିନିଟରେ ମ୍ୟାଚକୁ ନିଜ ଅକ୍ତିଆରକୁ ଆଣିଥିଲେ।

ଆରମ୍ଭରୁ ପ୍ରଥମ ସେଟ୍ ୨୧-୧୨ରେ ନିଜ କବଜାକୁ ନେଇ ଅଗ୍ରଣୀ ଅଗ୍ରଣି ରହିଥିଲେ। ସେହିପରି ନିଜର ଚମତ୍କାର ର୍ପଦର୍ଶନ ଜାରି ରଖି ପ୍ରମୋଦ ଦ୍ୱିତୀୟ ସେଟରେ ମଧ୍ୟ ୨୧-୧୯ ଅଗ୍ରଣି ନେଇ ମ୍ୟାଚରେ ବିଜୟ ହାଲ କରିଥିଲେ। ଗତକାଲି ପ୍ରମୋଦ ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟତମ ଭାରତୀୟ ମନୋଜ ସାର୍କଙ୍କୁ ପରାସ୍ତ କରିଥିଲେ। ଏପର୍ଯ୍ୟନ୍ତ ଚଳିତ ଗ୍ରୀଷ୍ମକାଳୀନ ପାରାଲମ୍ପିକ୍ସରେ ଭାରତୀୟ ଖେଳାଳି ଚତ୍ମାକର ପ୍ରଦର୍ଶନ କରି ୨ ଟି ସ୍ୱର୍ଣ୍ଣ ସହିତ ୧୦ ପଦକ ଅତ୍କିଆର କରି ସାରିଲେଣି।