ଟୋକିଓ ପାରାଅଲମ୍ପିକ: ହାଇଜମ୍ପରେ ଭାରତକୁ ମିଳିଲା ୨ଟି ପଦକ

ନୂଆଦିଲ୍ଲୀ: ଟୋକିଓ ପାରାଅଲମ୍ପିକରେ ଭାରତୀୟ ପାରା ଆଥଲେଟଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ହାଇଜମ୍ପ ଟି୪୨ ଇଭେଣ୍ଟରେ ଆଜି ମରିୟପ୍ପନ ଥଙ୍ଗାବେଲୁ ରୌପ୍ୟ ଓ ଶରଦ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଆଥଲେଟଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପଟେ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ମରିୟପ୍ପନ ୧.୮୬ ମିଟର ସହ ରୌପ୍ୟ ପଦକ ଜିତିଥିବାବେଳେ ଆମେରିକାର ସେମ ଗ୍ରେବ ତାଙ୍କ ତୃତୀୟ ପ୍ରୟାସରେ ୧.୮୮ ମିଟର ବଳରେ ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି। ଆଉ ଶରଦ ୧.୮୩ ମିଟର ସହ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି।