ନୂଆଦିଲ୍ଲୀ: ଆମେରିକାର ସବୁଠୁ ବଡ଼ କମ୍ପାନୀ ଏୟାରବୀଏନବୀର ସିଇଓ ବ୍ରାୟନ ଚେସ୍କୀ ଆଫଗାନିସ୍ତାନ ଲାଗି ଏକ ବଡ଼ ଘୋଷଣା କରିଛନ୍ତି। ବ୍ରାୟନ କହିଛନ୍ତି ଯେ, ତାଙ୍କ କମ୍ପାନୀ ବିଶ୍ୱସ୍ତରରେ ୨୦ହଜାର ଆଫଗାନ ଶରଣାର୍ଥୀଙ୍କୁ ମାଗଣାରେ ଘର ପ୍ରଦାନ କରିବ। ଆଫଗାନିସ୍ତାନ ଉପରେ ତାଲିବାନ ଦଖଲ କରିବା ପରେ ବଡ଼ ସଂଖ୍ୟାର ଲୋକଙ୍କୁ ବିସ୍ଥାପନ କରିବା ହେଉଛି ସବୁଠୁ ବଡ଼ ମାନବ ସଙ୍କଟ ମଧ୍ୟରୁ ଅନ୍ୟତମ।
ବ୍ରାୟନ ଚେସ୍କୀଙ୍କ କମ୍ପାନୀ ଅଗଷ୍ଟ ୨୪ରୁ ଆଫଗାନ ଶରଣାର୍ଥୀଙ୍କୁ ଘର ଯୋଗାଇବା କାର୍ଯ୍ୟ ଆରମ୍ଭ କରିଛି। ବ୍ରାୟନଙ୍କ ଏହି ପଦକ୍ଷେପ ଦ୍ୱାରା ବିଶ୍ୱର ଅନେକ ବଡ଼ କମ୍ପାନୀ ଆଫଗାନ ଶରଣାର୍ଥୀଙ୍କୁ ସାହାଯ୍ୟ କରିବେ ବୋଲି ସେ ଆଶା ରଖିଛନ୍ତି।
ସୂଚନାଯୋଗ୍ୟ,ଏୟାରବୀଏନବୀ ହେଉଛି ଏକ ଅନଲାଇନ କମ୍ୟୁନିଟି ମାର୍କେଟପ୍ଲେସ ଯିଏକି ଅନେକ ଲୋକଙ୍କଠାରୁ ଭଡ଼ାରେ ଘର ନେଇ ତୀର୍ଥଯାତ୍ରୀଙ୍କୁ ଭଡ଼ାରେ ଦେଇଥାଏ।