ଆଫଗାନିସ୍ତାନ ପ୍ରସଙ୍ଗରେ ମୋଦୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ସର୍ବଦଳୀୟ ବୈଠକ ଅଗଷ୍ଟ ୨୬ ସକାଳ ୧୧ଟାରେ ଅନୁଷ୍ଠିତ ହେବ। ଏଥିରେ ବୈଦେଶିକ ମନ୍ତ୍ରଣାଳୟ ବିରୋଧୀ ଦଳର ସମସ୍ତ ପ୍ରଶ୍ନର ଉତ୍ତର ଦେବ। ଏନେଇ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭାରତ ସରକାର ଆଫଗାନିସ୍ତାନରେ ଖୁବ୍ ପୁଞ୍ଜି ନିବେଶ କରିଛି। ଏମିତିରେ ଯେତେବେଳେ ଆଫଗାନିସ୍ତାନ ଉପରେ ତାଲିବାନ ଦଖଲ କରିବାକୁ ଯାଉଛି ଭାରତ ସରକାର କ’ଣ ରଣନୀତି ପ୍ରସ୍ତୁତ କରିବ ସେ ନେଇ ବିରୋଧୀ ଦଳ ଲଗାତାର ଭାବେ ପ୍ରଶ୍ନ କରୁଥିଲା। ସେଥିପାଇଁ ଏସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି।