ଦିଲ୍ଲୀରେ ଦେଶର ପ୍ରଥମ ‘ସ୍ମୋଗ ଟାୱାର’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦେଶର ପ୍ରଥମ ସ୍ମୋଗ ଟାୱାର ସ୍ଥାପନ କରାଯାଇଛି। କନୋଟ ପ୍ଲେସ ଅଞ୍ଚଳରେ ବାବା ଖଡ଼କ ସିଂହ ମାର୍ଗରେ ସ୍ଥାପନ ହୋଇଥିବା ଏହି ଟାୱାରକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଦଘାଟନ କରିଛନ୍ତି। ଏହି ସମୟରେ କେଜ୍ରିୱାଲଙ୍କ ସହ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ କେଜ୍ରିୱାଲ କହିଛନ୍ତି ଯେ, ପ୍ରଦୂଷଣ ସହ ଲଢ଼ିବା ପାଇଁ ବାୟୁ ମଣ୍ଡଳକୁ ପରିଷ୍କାର ରଖିବା ପାଇଁ ଦିଲ୍ଲୀରେ ଦେଶର ପ୍ରଥମ ସ୍ମୋଗ ଟାୱାର ସ୍ଥାପନ କରାଯାଇଛି। ୨୪ ମିଟର ଉଚ୍ଚତା ବିଶିଷ୍ଟ ଏହି ଟାୱାର କିଲୋମିଟର ହିସାବରେ ଦୂଷିତ ବାୟୁକୁ ପରିଷ୍କାର କରିବ।

ସୂଚନାଯୋଗ୍ୟ, ଏହି ସ୍ମୋଗ ଟାୱାର ପ୍ରତି ସେକେଣ୍ଡରେ ହଜାରେ କ୍ୟୁବିକ ମିଟର ଧୂଆଁକୁ ସଫା କରିବ। ଦିଲ୍ଲୀରେ ପ୍ରଦୂଷଣକୁ ରୋକିବା ପାଇଁ ଏହା ହେଉଛି ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ପ୍ରାୟୋଗିକ ବିଜ୍ଞାନ।