ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ଥାନରେ ତାଲିବାନଙ୍କ କବଜା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକ ଡାକିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି। ଏହି ସର୍ବଦଳୀୟ ବୈଠକ ଅଗଷ୍ଟ ୨୬ ତାରିଖ ସକାଳ ୧୧ଟାରେ ବସିବ। ଏହି ବୈଠକରେ ବୈଦେଶିକ ମନ୍ତ୍ରାଳୟ ବିରୋଧୀ ଦଳର ସମସ୍ତ ପ୍ରଶ୍ନର ଉତ୍ତର ଦେବ।
ଶ୍ରୀ ଶଙ୍କର ଏନେଇ ଟୁଇଟ କରି ଲେଖିଛନ୍ତି କି, ‘ଆଫଗାନିସ୍ଥାନର ସ୍ଥିତିକୁ ଦେଖି ରାଜନୈତିକ ଦଳର ଫ୍ଲୋର ଲିଡରକୁ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଗକୁ ଏ ବିଷୟରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେବେ।
ସୂଚନା ଅନୁସାରେ ଭାରତ ସରକାର ଆଫଗାନିସ୍ଥାନରେ ବହୁ ପୁଞ୍ଜି ବିନିଯୋଗ କରିଛି। ବର୍ତ୍ତମାନ ତାଲିବାନ ଅଫଗାନିସ୍ଥାନରେ କବଜା କରିଥିବା ବେଳେ ଭାରତ ସରକାରଙ୍କ କ’ଣ ରଣନୀତି ହେବ ବୋଲି ବିରୋଧୀ ଦଳ ଲଗାତାର ପ୍ରଶ୍ନ କରିଆସୁଛି।