ତୃତୀୟ ଲହର ଚିନ୍ତା, ଛୋଟ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ସ୍ୱାସ୍ଥ ସୁବିଧା ନାହିଁ: ଏନଆଇଡିଏମ୍

ନୂଆଦିଲ୍ଲୀ,ଏଜେନ୍ସି: କରୋନାର ତୃତୀୟ ଲହରୀ ବୟସ୍କ ଲେକଙ୍କ ତୁଳନାରେ ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏମଆଇଡିଏମ୍) ନିଜର ଏକ ରିପୋର୍ଟରେ ପ୍ରକାଶ କରିଛି। ପେଡ଼ିଆଟ୍ରିକ୍ସ ଓ ଲେସେଣ୍ଟ କୋଭିଡ-୧୯ କମିସନ ଆରଟିଏଫକୁ ହସ୍ତାନ୍ତର କରିବା ବେଳେ ଏହା କହିଛି। ଏଥିସହିତ ଏହି ସୂଚନା ପାଇଁ ବିବ୍ରତ ନ ହେବାକୁ କୁହାଯାଇଛି। ଅନ୍ୟପଟେ ଭାରତରେ ଏପର୍ଯ୍ୟନ୍ତ ଛୋଟ ପିଲାଙ୍କୁ ଟିକାକରଣ କରାଯାଇନାହିଁ। ସେହିପରି ଛୋଟ ପିଲାଙ୍କ ଚିକିତ୍ସା ପାଇଁ ଦେଶରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସୁବିଧା ନାହିଁ।

ଏହି ମଧ୍ୟରେ ଦେଶର ପ୍ରଥମ ଛୋଟ ପିଲାଙ୍କ କୋଭିଡ ଆରଏନଏ ଟିକା ‘ଜାଇକୋଭ-ଡି’କୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ମଞ୍ଜୁରି ମିଳିଛି। ଜାଇଡସ କାଡିଲା ଦ୍ୱାରା ଏହି ଟିକା ପ୍ରସ୍ତୁତ ହୋଇଛି। ତେବେ ଏହା ୩ ଡୋଜ ହୋଇଥିବା ବେଳେ ପ୍ରତି ୨୮ ଦିନ ବ୍ୟବଧାନରେ ଏହି ଟିକା ନେବେ।