ଚଣ୍ଡିଗଡ଼,ଏଜେନ୍ସି: ବଲିଉଡ କଳାକାର ଅକ୍ଷୟ କୁମାରଙ୍କ ନୂଆ ରିଲିଜ ହୋଇଥିବା ଫିଲ୍ମ ‘ବେଲ ବଟମ’କୁ ବିରୋଧ କରି ଆଜି କୃଷକ ପ୍ରଦର୍ଶନ କରିଛନ୍ତି। କୃଷକ ଶ୍ରମିକ ଏକତା ସଂଗଠନର କୃଷକ ମାନେ ଏହି ପ୍ରଦର୍ଶନ କରିଛନ୍ତି। ଅକ୍ଷୟ କୁମାର କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଉପରେ ଏପର୍ଯ୍ୟନ୍ତ ପଞ୍ଜାବ ତରଫରୁ କୌଣସି ପକ୍ଷ ନେଇନାହାନ୍ତି। ତେଣୁ ଏହି କଳାକାରଙ୍କ କୌଣସି ଫିଲ୍ମ ପଞ୍ଜାବରେ ରିଲିଜ ହେବାକୁ ଦେବୁନାହୁଁ।
ଫୱାର ଚୌକର ସିନେମା ହଲର ମେନ ଗେଟ ଆଗରେ ଚାଷୀମାନେ ଧାରଣା ଦେଇଛନ୍ତି। ଏଥିସହ ଫିଲ୍ମ ଦେଖି ବାହାରକୁ ଆସୁଥିବା ଦର୍ଶକଙ୍କୁ କଳାପତାକା ଦେଖାଇ ହଲ ମ୍ୟାନେଜରଙ୍କୁ ଦାବି ପତ୍ର ଦେଇଛନ୍ତି। କୃଷକମାନେ ଚେତାବନୀ ଆକାରରେ ଦାବି ପତ୍ର ପ୍ରଦାନ କରିଛନ୍ତି। ସେଥିରେ ଲେଖିଛନ୍ତି କି ଯଦି ଶନିବାର ସୁଦ୍ଧା ହଲରୁ ଏହି ସିନେମାକୁ ହଟା ନ ଯାଏ ତେବେ ହଲ ବାହାରେ ଧାରଣା ଦିଆଯିବ। ସୂଚନା ଅନୁସାରେ ଦୀର୍ଘ ଦିନ ପରେ ସିନେମା ହଲରେ କୌଣସି ଫିଲ୍ମ ରିଲିଜ ହୋଇଥିବା ବେଳେ ଏହା ବକ୍ସ ଅଫିସରେ ଭଲ କରୁଛି। ବଅକ୍ଷୟ କୁମାରଙ୍କ ଏହି ଫିଲ୍ମ ଚତୁର୍ଥ ଦିନରେ ୪.୨୦ କୋଟି ଟଙ୍କା ରୋଜଗାର କରିଛି।