କାଶ୍ମୀର,ଏଜେନ୍ସି: ଜମ୍ମୁ କଶ୍ମୀର ନେତା ଗୁଲାମ ହାସନ ଲୋନ ଗୁରୁବାର କୁଲଗାମ ଜିଲ୍ଲାର ଦେବସର ସ୍ଥିତ ତାଙ୍କ ବାସଭବନରେ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି। ଗତ ୧୦ ଦିନ ମଧ୍ୟରେ ଗୁଲାମ ହାସନ ଲୋନ କୁଲଗାମ ଜିଲ୍ଲାର ଏହା ତୃତୀୟ ଘଟଣା। ଯେଉଁଥିରେ ରାଜନେତା ମାନଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି। ଏହି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି।
ଓମାର ଅବଦୁଲ୍ଲା ଏକ ଟ୍ୱିଟ କରି କହିଛନ୍ତି ଯେ ଆତଙ୍କବାଦୀଙ୍କ ଦ୍ୱାରା ମୁଖ୍ୟ ସ୍ରୋତର ରାଜନେତାଙ୍କୁ ଟାର୍ଗେଟ କରିବାର “ନବୀକରଣ ଧାରା” ଉପରେ ଉଦ୍ୟୋଗ ପ୍ରକାଶ କରିଥିଲେ। ଏହା ସହିତ ମେହବୁବା ମୁଫ୍ତି ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ ଦୁର୍ଭାଗ୍ୟବଶତ କାଶ୍ମୀରରେ ରାଜନୈତିକ ହତ୍ୟାକାଣ୍ଡର କୌଣସି ଅନ୍ତନାହିଁ। ଅପନି ଦଳର ନେତା ଗୁଲାମ ହାସନ ଲୋନଙ୍କ ହତ୍ୟାକୁ ସେ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।