ସୋମନାଥରେ ଆଜି ପାର୍ବତୀ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଅହମ୍ମଦାବାଦ,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟବାସୀଙ୍କୁ ଏକାଧିକ ଉପହାର ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସୋମନାଥ ମନ୍ଦିରରେ ୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିରରେ ପାର୍ବତୀ ମନ୍ଦିରର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏହି ମନ୍ଦିର ନିର୍ମାଣରେ ମୋଟ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ପାର୍ବତୀ ମନ୍ଦିରର ଗର୍ଭଗୃହ ୩୮୦ ବର୍ଗ ମିଟର ହେବ। ମନ୍ଦିରର ନୃତ୍ୟ ମଣ୍ଡପ ୧୨୫୦ ବର୍ଗ ମିଟର ରଖାଯିବ। ଏହାକୁ ସୋମପୁରା ସଲାତ ଶୈଳୀରେ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରର ଶିଳାନ୍ୟାସ ସହିତ ସୋମନାଥ ମନ୍ଦିର ପରିସରରେ ନିର୍ମିତ ସୈରଗାହର ଲୋକାର୍ପଣ କରିବେ। ସୋମନାଥ ମନ୍ଦିର ନିଟକରେ ଅହଲ୍ୟାବାଇ ମନ୍ଦିରର ମଧ୍ୟ ଜୀର୍ଣ୍ଣଦ୍ୱାର କରାଯାଇଛି। ଏହି ମନ୍ଦିରକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉତ୍ସର୍ଗ କରିବେ। ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ୩.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ଯାତ୍ରୀମାନଙ୍କର ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି।