ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦମାହୁଦା ବଜାରରେ ବେଆଇନ ମଦ ବିକ୍ରି ଅଭିଯୋଗରେ ୨ଜଣକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଦମାହୁଦାର ଶତ୍ରୁଘ୍ନ ମହାନ୍ତ ଓ ଡିଆନାଳୀ ଗ୍ରାମର ଯମୁନା ମହାନ୍ତ। ଶତ୍ରୁଘ୍ନଙ୍କଠାରୁ ୧୦ ଲିଟର ମହୁଲି ଓ ୧୭ ବୋତଲ ବିଦେଶୀ ମଦ ଜବତ ହୋଇଥିବାବେଳେ ଯମୁନାଙ୍କଠାରୁ ୨୦ ଲିଟର ମହୁଲି ମଦ ଜବତ ହୋଇଛି। ଏନେଇ ପାଟଣା ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।