ରାଜଧାନୀରେ ୨୬୩ ନୂଆ ଆକ୍ରାନ୍ତ ଚିହ୍ନଟ: କ୍ୱାରେଣ୍ଟାଇନରୁ ୪୫ ଓ ସ୍ଥାନୀୟ ସଂକ୍ରମଣ ୨୧୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୨୬୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୫ଜଣ ଓ ସ୍ଥାନୀୟ ସଂକ୍ରମଣ ୨୧୮ଜଣ ରହିଛନ୍ତି। ଅନ୍ୟପଟେ ୧୮୭ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪ହଜାର ୭୫୫ ହୋଇଥିବାବେଳେ ୧ଲକ୍ଷ ୫୨୭ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୯୭୯ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୨୨୮ଜଣ ଚିକିତ୍ସିତ ହେଉଛନ୍ତି।