ଅଲମ୍ପିକ ପଦକ ବିଜେତା ମୀରାବାଈଙ୍କୁ ଉପହାରରେ ମିଳିଲା ‘ରେନୋ କାଇଗର’

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତ୍ତୋଳନରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁଙ୍କୁ ଗାଡ଼ି ନିର୍ମାତା କମ୍ପାନୀ ରେନୋ ତରଫରୁ ‘କାଇଗର ଏକ୍ସୟୁବୀ ୭୦୦’ ଉପହାର ସ୍ୱରୂପ ମିଳିଛି। କମ୍ପାନୀର ଉପାଧ୍ୟକ୍ଷ ସୁଧୀର ମଲହୋତ୍ରା ଗାଡ଼ି ଚାବି ମୀରାବାଈଙ୍କୁ ଦେଇଛନ୍ତି।

ରୋନୋ ଇଣ୍ଡିଆ ତା’ ବୟାନରେ କହିଛି ଯେ, ‘ପୂର୍ବ ଇମ୍ଫାଲର ଏକ ଗାଁରୁ ଆସିଥିବା ଚାନୁ କେବଳ ଦେଶର ମାନ ବଢ଼ାଇ ନାହାନ୍ତି ବରଂ ନିଜର ସମର୍ପଣ ଓ ପ୍ରତିବଦ୍ଧତା ଜରିଆରେ ଅନ୍ୟ ଖେଳାଳିଙ୍କ ପାଇଁ ପ୍ରେରଣାସ୍ରୋତ ମଧ୍ୟ ପାଲଟିଛନ୍ତି।’

ସୂଚନାଯୋଗ୍ୟ, ଏହାପୂର୍ବରୁ  ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ମହିନ୍ଦ୍ରା ତା’ର ନୂଆ ଏସୟୁଭି ୭୦୦ ଉପହାରସ୍ୱରୂପ ଦେଇଛି।