ନୂଆଦିଲ୍ଲୀ: ଦେଶବାସୀଙ୍କୁ ରାଷ୍ଟପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ।
ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି କହିଛନ୍ତି ଏହା ହେଉଛି ପରାଧୀନତାରୁ ମୁକ୍ତି ହେବାର ପର୍ବ। ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ। ଅଲିମ୍ପିକ୍ସରେ ଖେଳାଳିଙ୍କ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି। ଅଲିମ୍ପିକରେ ମହିଳା ଖେଳାଳିଙ୍କ ପ୍ରଦର୍ଶନ ବିକଶିତ ଭାରତର ଝଲକ। ବାପା-ମା ଝିଅଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବା ଉଚିତ୍।
କରୋନା କାଳରେ ବୈଜ୍ଞାନିକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି। କମ୍ ସମୟରେ ଟିକା ବାହାର କରିଥିବାରୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦେଶରେ ବିଶ୍ୱର ବଡ଼ ଟିକାକରଣ ଅଭିଯାନ ଚାଲିଛି। ସମସ୍ତ ଦେଶବାସୀଙ୍କୁ ଟିକା ନେବା ଲାଗି ଅନୁରୋଧ କଲେ। ସେ କହିଛନ୍ତି କରୋନାର ଅନ୍ତ ଘଟିନି, ସାବଧାନତା ଜରୁରୀ। ଦ୍ୱିତୀୟ ଲହରରେ ଡାକ୍ତର, ନର୍ସଙ୍କ ଅବଦାନ ପ୍ରଶଂସନୀୟ। ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି, ସେମାନଙ୍କୁ ପ୍ରଣାମ। ଜନକଲ୍ୟାଣ ଯୋଜନା ଉପରେ ସରକାର ଜୋର ଦେଉଛନ୍ତି। ଜମ୍ମୁ କଶ୍ମୀରରେ ନବଜାଗରଣ ଦେଖିବାକୁ ମିଳିଛି। ଲୋକତନ୍ତ୍ର ମାମଲାରେ ଭାରତ ସବୁଠାରୁ ଆଗରେ। ଗାଁରେ ଦ୍ରୁତଗତିରେ ବିକାଶ ହେଉଛି। ଗାଁ ଓ ସହର ମଧ୍ୟରେ ଦୂରତା କ୍ରମଶଃ କମି କମି ଚାଲିଛି। ସଂସଦ ଆମ ପାଇଁ ଲୋକତନ୍ତ୍ରର ମନ୍ଦିର। ମାନବଜାତି ଆଗରେ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଛି। ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ଅତ୍ୟନ୍ତ ଗମ୍ଭୀର। ସମସ୍ୟାରୁ ମୁକୁଳିବାକୁ ଆମ ଚାଲିଚଳଣୀରେ ତ୍ୟାଗ ଜରୁରୀ।