ଓଡିଶାର ଦୁଇ ଯବାନଙ୍କୁ ଶୌର୍ୟ୍ୟ ଚକ୍ର, ସାହସିକତା ଓ ବୀରତ୍ଵ ପାଇଁ ମିଳିବ ସମ୍ମାନ

ଭୁବନେଶ୍ଵର,ଏନ୍ଏନ୍ଏସ୍: ସମଗ୍ର ଦେଶ ଆସନ୍ତାକାଲି ୭୫ ତମ ସ୍ଵାଧୀନତା ଦିବସ ପାଳନ କରିବ। ଏହା ପୂର୍ବରୁ ଦେଶର ବୀର ଯବାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯିବ। ଏହି କ୍ରମରେ ଓଡିଶାର ୨ ଯବାନଙ୍କୁ ମରଣୋତ୍ତର ଶୌର୍ୟ୍ୟ ଚକ୍ର ସମ୍ମାନ ମିଳିଛି। ସହିଦ ୨ ଏସଓଜି ଯବାନଙ୍କୁ ମିଳିବ ଶୌର୍ୟ୍ୟ ଚକ୍ର ସମ୍ମାନ।

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଓଡିଶାର ଦୁଇ ବୀର ଯବାନ ୨୦୨୦ ସେପ୍ଟେମ୍ବର ୯ରେ ସହିଦ ହୋଇଥିଲେ। କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ କମାଣ୍ଡର ସୁଧୀର ଟୁଡୁ ଓ ଦେବାଶିଷ ବୀରତ୍ଵର ସହ ମାଓବାଦୀଙ୍କ ସହ ମୁକାବିଲା କରି ସହିଦ ହୋଇଥିଲେ।

ପୁଲିସ ମହାନିର୍ଦ୍ଦେଶକ ଅଭୟ ଟୁଇଟ କରି ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ଦୁଇ ଓଡିଆ ସହିଦ ଶୌର୍ୟ୍ୟ ଚକ୍ର ପାଇବା ଆମ ପାଇଁ ଗର୍ବର ବିଷୟ। ସେମାନଙ୍କ ତ୍ୟାଗ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ।