ନୂଆଦିଲ୍ଲୀ,ଏଜେନ୍ସି: ଗତବର୍ଷ ଏକ ସ୍ୱତନ୍ତ୍ର ଅପରେସନରେ ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କୁ ନିପାତ କରିଥିବା ମେଜର ଅରୁଣ କୁମାର ପାଣ୍ଡେଙ୍କୁ ସ୍ୱାଧୀନତା ଦିବସରେ ଶୌର୍ୟ୍ୟ ଚକ୍ରରେ ସମ୍ମାନିତ କରାଯିବ। ଏହା ବ୍ୟତୀତ ସାଥୀ ଯବାନଙ୍କ ଜୀବନ ବଞ୍ଚାଇବା ଏବଂ ଜଣେ ଆତଙ୍କବାଦୀକୁ ମାରିଥିବା ଯୋଗୁଁ ୧୮ ମାଦ୍ରାସ୍ ରେଜିମେଣ୍ଟର କ୍ୟାପ୍ଟେନ ଆଶୁତୋଷ କୁମାରଙ୍କୁ ମରଣୋତ୍ତର ଭାବେ ଶୌର୍ୟ୍ୟ ଚକ୍ର ସମ୍ମାନ ପ୍ରଦାନ କରାଯିବ।
ଚଳିତବର୍ଷ ଜମ୍ମୁ-କଶ୍ମୀର ପୁଲିସକୁ ୨୫୬ ବୀରତା ପୁରସ୍କାର, ବୀରତା ପାଇଁ ଗୋଟିଏ ରାଷ୍ଟ୍ରପତି ପୁଲିସ ପଦକ ମିଳିଛି। ଜମ୍ମୁ-କଶ୍ମୀର ପୁଲିସର ଏଏସଆଇ ବାବୁ ରାମଙ୍କୁ ଅଶୋକ ଚକ୍ର, କନେଷ୍ଟବଳ ଅଲତାଫ ହୁସୈନ ଭଟ୍ଟଙ୍କୁ କିର୍ତ୍ତୀ ଚକ୍ର ଏବଂ ଏସପି ଶାହବାଜ ଅହମ୍ମଦଙ୍କୁ ଶୌର୍ୟ୍ୟ ଚକ୍ରରେ ସମ୍ମାନିତ କରାଯିବ। କିନ୍ତୁ ଦେଶ ଏହି ୩ ବୀରଙ୍କୁ ହରାଇଛି। ସେମାନଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିବ।