କଳା ପଲସରରେ ଆସି ଲୁଟିନେଲେ ସାଢ଼େ ୬ ଲକ୍ଷ

ରାଉରକେଲା,ଏନ୍ଏନ୍ଏସ: ଉଦିତନଗର ଥାନା ଅନ୍ତର୍ଗତ ଆରଏମ୍ସି କାର୍ଯ୍ୟାଳୟ ସମ୍ମୁଖରୁ ସ୍ପଷ୍ଟ ଦିବାଲୋକରେ କେତେକ ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ଲୁଟକରି କିଛି ଦୁବୃର୍ତ୍ତ ଫେରାର ହୋଇଯାଇଥିବା ଉଦିତନଗର ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଘରୋଇ ସୁପରଭାଇଜର ଭାବେ କାର୍ଯ୍ୟରତ ରଞ୍ଜନ କୁମାର ଧଳ ସୋମବାର ଲେବର ପେମେଣ୍ଟ ପାଇଁ ପାଇଁ ଉଦିତନଗସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ବ୍ୟାଙ୍କରୁ ରଞ୍ଜନ ସାଢ଼େ ୬ଲକ୍ଷ ଟଙ୍କା ଉଠାଇ ବାଇକନଂ (ଓଆର-୧୪ୟୁ୨୯୮୪) ଯୋଗେ ଫେରୁଥିବା ସମୟରେ ତାଙ୍କୁ ଏକ କଳା ପଲସରରେ ଦୁଇଜଣ ଦୁବୃର୍ତ୍ତ ପିଛା କରିଥିଲେ। ରଞ୍ଜନ ଆରଏମ୍ସି ସମ୍ମୁଖରେ ପହଞ୍ଚି ଗାଡ଼ି ଧୀର କରିଥିବାବେଳେ ତାଙ୍କ ବାଇକରେ ଥିବା ଟଙ୍କା ବ୍ୟାଗ୍ ଟି ଦୁର୍ବୃତ୍ତମାନେ ଝାମ୍ପିନେଇ ହନୁମାନ ବାଟିକା ବାଇପାସ୍ ରୋଡ୍ ଦେଇ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।