ପୁଣି ବୁହା ହେଲେ ପ୍ରସୂତି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୁଡୁମୂଲୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡା ଗ୍ରାମର ହାତୀ ମାଡିଙ୍କ ସ୍ତ୍ରୀ ଚନ୍ଦ୍ରମା ମାଡିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୮ ଆମ୍ବୁଲାନ୍ସକୁ ଡକିଥିଲେ । ହେଲେ ଗ୍ରାମକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ଖରାପ ହୋଇଥିବାରୁ ଆମ୍ବୁଲାନ୍ସଟି ଘରନିକଟକୁ ଆସିପାରିନଥିଲା

ଫଳରେ ପରିବାର ଲୋକେ ଓ ଆଶା ଦିଦି କିଛି ଦୂର ପ୍ରସୂତିଙ୍କୁ ବାଇକ୍‌ରେ, କିଛି ବାଟ ଚାଲି ଚାଲି ଓ କିଛି ବାଟ ବୋହି ନେବା ପରେ ଅଟୋ ସାହାଯ୍ୟରେ ଡାକ୍ତରଖାନା ନେଇଥିଲେ। ଗ୍ରାମର ରାସ୍ତା ଖରାପ ଥିବାରୁ ବହୁ ସମୟରେ ଏଭଳି ପରିସ୍ଥିତି ଉପୁଜୁଛି। ଏ ନେଇ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ବହୁବାର ଦାବି ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିିଁ