କାବୁଲ,ଏଜେନ୍ସି: ଆଫଗାନିସ୍ତାନରେ ତାଲିବାନର ପ୍ରାଦୁର୍ଭାବ ପୁଣି ଥରେ ବଢ଼ିବାରେ ଲାଗିଛି। ଏବେ ତାଲିବାନ ଦାବି କରିଛି ଯେ, ଆଫଗାନିସ୍ତାନର ୨ୟ ସର୍ବବୃହତ୍ ସହର କାନ୍ଦାହାର ଉପରେ ନିଜର ଆଧିପତ୍ୟ ବିସ୍ତାର କରିଛି। ଯଦିଏ ଏହା ହୋଇଥାଏ, ତା’ହେଲେ ଆଫଗାନିସ୍ତାନର ସରକାରଙ୍କ ହାତରେ କେବଳ ରାଜଧାନୀ କାବୁଲ ଏବଂ କିଛି ଅନ୍ୟ ଛୋଟ-ମୋଟ ଅଞ୍ଚଳ ରହିବ।
ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ତାଲିବାନର ଜଣେ ପ୍ରବକ୍ତା କୌଣସି ଏକ ସରକାରୀ ଆକାଉଣ୍ଟରେ ଟୁଇଟ କରିଛନ୍ତି ଯେ, କାନ୍ଦାହାରକୁ ସଂପୂର୍ଣ୍ଣ ଭାବେ ବିଜୟ କରାଯାଇଛି। ମୁଜାହିଦୀନ ସହର ସହିତ ଛକରେ ପହଞ୍ଚିଛି। ତାଲିବାନ ଏକ ସପ୍ତାହରେ ଆଫଗାନିସ୍ତାନର ୩୪ଟି ଆଞ୍ଚଳିକ ରାଜଧାନୀ ମଧ୍ୟରୁ ୧୧ଟିରେ ନିଜର ନିୟନ୍ତ୍ରିଣ ପ୍ରତିଷ୍ଠା କରିନେଇଛି।
ତାଲିବାନର ଆତଙ୍କବାଦୀମାନେ ପାଖାପାଖି ୧୫୦ କିମି ଦୂରରେ ଥିବା ଗଜନୀ ଏବଂ ଇରାନ ସୀମା ନିକଟସ୍ଥ ହେରାତ ଉପରେ ପୂର୍ବରୁ ହିଁ କବ୍ଜା କରିସାରିଛି। କୁହାଯାଉଛି ଯେ, ଆତଙ୍କବାଦୀମାନେ ଯେକୌଣସି ସମୟରେ କାବୁଲ ଉପରେ ଆକ୍ରମଣ କରିପାରନ୍ତି। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ଅଶରଫ ଗନୀ ସରକାର ପତ୍ତନ ହୋଇଯିବ ଭଳି ଆଶା କରାଯାଉଛି। ଆମେରିକା ସେନା ମଧ୍ୟ ଆଶା କରୁଛି ଯେ, ତାଲିବାନ ଆତଙ୍କବାଦୀମାନେ ୩୦ରୁ ୯୦ ଦିନ ଭିତରେ କାବୁଲ ଉପରେ ନିଜର ଆଧିପତ୍ୟ ବିସ୍ତାର କରିପାରନ୍ତି।