ନୂଆଦିଲ୍ଲୀ,ଏଜେନ୍ସି: ଟ୍ୱିଟର ଏବଂ କଂଗ୍ରେସ ମଧ୍ୟରେ ଲାଗିଥିବା ଲଢେଇ ଦିନକୁ ଦିନ ଅଧିକ ହେବାରେ ଲାଗିଛି। ପୂର୍ବରୁ ଟ୍ୱିଟର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ୫ ଜଣ କଂଗ୍ରେସ ନେତାଙ୍କ ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ କରିଥିବା ବେଳେ ବର୍ତ୍ତମାନ କଂଗ୍ରେସ ପାର୍ଟିର ଥିବା ସ୍ୱତନ୍ତ୍ର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି।
ଆଜି କଂଗ୍ରେସ ପକ୍ଷରୁ ଏହି ଘଟଣା ଉପରେ ଅଭିଯୋଗ କରାଯାଇଛି ଏବଂ ଏହା ମଧ୍ୟ କୁହାଯାଇଛି ଏତେ ଅସୁବିଧା ପରେ ମଧ୍ୟ ଆମେ ଆମ ସଂଗ୍ରାମ ଜାରି ରଖିବୁ। କଂଗ୍ରେସ ପକ୍ଷରୁ ଫେସବୁକରେ ସୂଚନା ଦିଆହୋଇଛି ଯେ “ଯେତେବେଳେ ଆମର ନେତା ମାନଙ୍କୁ ଜେଲରେ ବନ୍ଦ କରିଦିଆଗଲା ସେତେବେଳେ ଆମେ ଡ଼ରିନଥିଲୁ ଆଉ ଏବେ ଟ୍ୱିଟର ଅକାଉଣ୍ଟ ବନ୍ଦ ହେଇଗଲେ ଆମେ କଣ ପାଇଁ ଡ଼ରିବୁ”। ଆମେ ଏହିପରି ଭାବରେ ଆମର ଲଢେଇ ଜାରି ରଖିବୁ।
ଏହା ମଧ୍ୟ କୁହାଯାଇଛି ଯେ ଯଦି ବଳାତ୍କାର ନାବାଳିକାକୁ ନ୍ୟାୟ ଦେବା ପାଇଁ ଆମେ ସ୍ୱର ଉଠାଇ ଭୁଲ କରିଛୁ ତେବେ ଏହିପରି ଭୁଲ୍ ଆମେ ୧୦୦ ଥର କରିବୁ।