ନୂଆପଡା,ଏନ୍ଏନ୍ଏସ୍: ଜିଲ୍ଲାର ଖରିଆର ରୋଡ଼ ସହ ଜିଲ୍ଲାର ତିନି ଗୋଟି ବିଜ୍ଞାପିତ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ଇନଡୋର ଷ୍ଟାଡିଅମ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂଆପଡା ଠାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଖରିଆରରୋଡ଼ ଏବଂ ଖଡ଼ିଆଳ ସହରରେ ନିର୍ମାଣ ହେବ ଇନଡୋର ଷ୍ଟାଡିଅମ।
ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରଶାଦ ଢୋଲକିଆ(ରାଜୁ ଭାଇ), ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ଯୋଶୀ, ବିଜେଡି ସାଧାରଣ ସମ୍ପାଦକ ସୁଧୀର ମିଶ୍ର, ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା (ଟିଟୁ ଭାଇ), ବ୍ଲକ ସଭାପତି ରମାକାନ୍ତ ଠାକୁର, ବିଲାଲ ଭୋଇ ପ୍ରମୁଖ ଯୋଗଦେଇଥିଲେ। କ୍ରୀଡ଼ାବିତମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। କ୍ରୀଡା ଜଗତରେ ଜିଲ୍ଲାର ଉଦୀୟମାନ ଖେଳାଳିଙ୍କ ପ୍ରତିଭାର ଉନ୍ନତି ପାଇଁ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ୬ କୋଟି ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ସହ କୃତଜ୍ଞତା ଜଣାଇଲେ ବିଧାୟକ ଶ୍ରୀ ଢୋଲକିଆ।