ଆନନ୍ଦପୁରରେ ହେବ ଇନଡୋର ଷ୍ଟାଡିୟମ, ୯ କୋଟି ୫୨ ଲକ୍ଷ ମଞ୍ଜୁରୀ

ଆନନ୍ଦପୁର,ଏନ୍ଏନ୍ଏସ୍: ଆନନ୍ଦପୁରଠାରେ ଇନଡୋର ଷ୍ଟାଡିୟମ ନିମନ୍ତେ ମଞ୍ଜୁରୀ ହେଲା ୯ କୋଟି ୫୨ ଲକ୍ଷ ଟଙ୍କା। ଫଳରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆନନ୍ଦପୁର ଉପଖଣ୍ଡରେ ବିଭିନ୍ନ ସମୟରେ ଖେଳକୁ ନେଇ ଖେଳାଳିଙ୍କ ପ୍ରତିଭା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆନନ୍ଦପୁରରେ ଏକ ଇନଡୋର ଷ୍ଟାଡିୟମ ନିମନ୍ତେ ମଞ୍ଜୁରୀ ମିଳିଥିବାରୁ ଆଜି ଏକ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୫- ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକଙ୍କ ସମେତ ଆନନ୍ଦପୁର କ୍ରୀଡା ସମ୍ପଦ ସମ୍ପାଦକ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଇନଡୋର ଷ୍ଟାଡିୟମ ହେବାପରେ ସ୍ଥାନୀୟ ଯୁବକମାନଙ୍କର କ୍ରୀଡାର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।