ସେନା ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼

ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରର ରାଜଧାନୀ ଶ୍ରୀନଗରସ୍ଥିତ ଲାଲଚୌକଠାରେ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସୁରକ୍ଷାବଳକୁ ଟାର୍ଗେଟ କରି ଗ୍ରେନେଡ ଫିଙ୍ଗି ଥିବାବେଳେ ଏହା ଲକ୍ଷ୍ୟଭେଦ କରି ନପାରି ରାସ୍ତାରେ ପଡ଼ି ବିସ୍ଫୋରଣ ଘଟିଛି। ଫଳରେ ୫ଜଣ ସାଧାରଣ ନାଗରିକ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି।