ନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ମିଡିଆରେ ପ୍ରକାଶ ନକରିବା ମାମଲାରେ ସୁପ୍ରିମକୋର୍ଟ ୮ଟି ପାର୍ଟିକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୬ଟି ପାର୍ଟି ଉପରେ ୧ଲକ୍ଷ ଟଙ୍କା ଲେଖାଏଁ ଏବଂ ଅନ୍ୟ ୨ଟି ପାର୍ଟି ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି। ଏହି ମାମଲାରେ ଆଜି ଜଷ୍ଟିସ ରୋହିଂଟନ୍ ନରୀମନ ଓ ଜଷ୍ଟିସ ବୀ ଆର ଗୋଗଇଙ୍କ ବ୍ୟାଚ ରାୟା ଶୁଣାଇଛନ୍ତି। ଏଥିସହିତ କିଛି ପାର୍ଟି ଆଂଶିକ ରୂପେ କୋର୍ଟର ଆଦେଶକୁ ପାଳନ କରିଥିବା କୋର୍ଟ ପକ୍ଷରୁ ସ୍ୱୀକାର କରାଯାଇଛି।
ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀରେ ପ୍ରାର୍ଥୀଙ୍କୁ ଟିକେଟ ଦେବାର ୪୮ ଘଣ୍ଟା ମଧ୍ୟରେ ଟିଭି ଓ ଖବରକାଗଜରେ ତାଙ୍କ ଅପରାଧିକ ରିପୋର୍ଟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ପାର୍ଟି ନିଜ ୱେବସାଇଟରେ ମଧ୍ୟ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶ କରିବାକୁ କୁହାଯାଇଥିଲା। ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା କୌଣସି ଅଭିଯୁକ୍ତଙ୍କୁ ଯଦି ଟିକେଟ ପ୍ରଦାନ କରାଯାଇଛି ତେବେ ତା’ ପଛର କାରଣ ନିର୍ବାଚନ ଆୟୋଗକୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର କିଛି ମାସ ପରେ ନିର୍ବାଚନ ହୋଇଥିଲେ ମଧ୍ୟ କୌଣସି ପାର୍ଟି ନିର୍ଦ୍ଦେଶକୁ ପାଳନ କରିନଥିଲେ। ପରେଏହାକୁ କେନ୍ଦ୍ର କରି ନିର୍ବାଚନ ଆୟୋଗ ଓ ଭିନ୍ନ ଭିନ୍ନ ପାର୍ଟି ବିରୋଧରେ ୨ଜଣ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ।