ଉଜ୍ଜ୍ୱଳା ୨.୦ର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ଲାଭାର୍ଥୀଙ୍କୁ ଏଲିପିଜି ସିଲିଣ୍ଡର ବଣ୍ଟନ କରି ଯୋଜନାର ଶୁଭାରମ୍ଭ କରାଯାଇଛି। ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ। ଉଜ୍ଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ହିତାଧିକାରୀଙ୍କୁ ଗ୍ୟାସ ମିଳିଛି ସେମାନଙ୍କୁ ମୋଦୀ ଶୁଭକାମନା ଜଣାଇଥିଲେ। ଏଥିସହିତ ଯଥାଶୀଘ୍ର ପାଇପ ଯୋଗେ ଗ୍ୟାସ ଆସିବା ନେଇ ସରକାର ପ୍ରୟାସ ଜାରି ରଖିଥିବା ସମ୍ପର୍କରେ ମଧ୍ୟ ମୋଦୀ ସୂଚନା ଦେଇଥିଲେ।