ଶଗଡ ଗାଡିରେ ବୁହା ହେଲା ଶବ

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ ବ୍ଲକ ମରୁଆଁ ପଞ୍ଚାୟତର ପାଢେଲ ଗ୍ରାମକୁ କିଛି ବର୍ଷ ପୁବେ ଛତିଶଗଡର କଲ୍ୟାଣ ନାମକ ଜଣେ ବ୍ୟକ୍ତି ଆସି ରହିଥିଲେ। ପରେ ସେହି ଗ୍ରାମର ସୀତା ସରାଫକୁ ଭଲ ପାଇ ବିବାହ କରିଥିଲୋ ଉଭୟ ପାଢେଳ ନିକଟସ୍ଥ ଗୋଶାଳରେ କାମ କରୁଥିଲୋ ସେମାନଙ୍କ ୩ ଝିଅ ଓ ଗୋଟିଏ ପୁଅ ରହିଛିା କିଛିଦିନ ତଳେ କଲ୍ୟାଣ ଅସୁସ୍ଥ ଅନୁଭବ କରିଥିଲେ ପରେ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିଲେ।

ଗତକାଲି କଲ୍ୟାଣର ମୃତ୍ୟୁ ହୋଇଥିଲା। ପରେ ମୃତ ଦେହକୁ ପାଢେଳ ଗ୍ରାମକୁ ଆଣିଥିଲେ। କିଛି ଘଣ୍ଟା ଶବ ପଡିରହିଥିବା ବେଳେ ଶବ ଶତ୍କାର ପାଇ କେହିି ବାହାରିନଥିଲେ। ପ୍ରକାଶ ଯେ ସେ ଗରିବ ଶ୍ରେଣୀ ହେଉଁ କିମ୍ବା ଅନ୍ୟ ଜାତିରେ ବିବାହ ଓ କୌଣସି ରୋଗରେ ମୃତ୍ୟୁ ହୋଇଥିବାରୁ ସାହି ପଡୋଶୀ ଶବଶତ୍କାର ପାଇଁ ବାହାରିନଥିଲୋ ପରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ମାନବିକତା ଦେଖାଇ ଶଗଡ ଗାଡି ଦେଇଥିଲୋ ଶଗଡ ଗାଡିରେ କଲ୍ୟାଣର ଶବକୁ ବୋହି ନାବାଳକ ପୁଅ ନିକଟସ୍ଥ ମଶାଣୀକୁ ନେଇ ମାଟି ଦେଇଥିଲେ।