ଲୋକେ କରିଥିଲେ ରାସ୍ତା ଅବରୋଧ, ଦେଢ ଘଣ୍ଟା ଧରି ଅଟକି ରହିଲା ଆମ୍ବୁଲାନ୍ସ

ସୋର,ଏନ୍ଏନ୍ଏସ୍: ଶନିବାର ଖନ୍ତାପଡ଼ା ଥାନା କଷବା ଜୟପୁର ଠାରେ ଗଣେଶ ଜେନା ବିଲକୁ ଯାଉଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଛନ୍ତି। ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ଏପରି ଅଘଟଣ ଘଟିଥିବା ଗାଁ ଲୋକେ କହିବା ସହ ରାସ୍ତା ଅବରୋଧ କରିଥିଲେ। ରାସ୍ତାରୋକ ବେଳେ ଏକ ଆମ୍ବୁଲାନ୍ସ ଫସି ଯାଇଥିଲା।

ସୂଚନା ଅନୁସାରେ, ଶନିବାର ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଏହି ସମୟରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ରାସ୍ତାର ଉଭୟ ପାଶ୍ୱରେ ଫସି ରହିଥିଲା। ଆଉ ଏହା ଭିତରେ ଫସି ଯାଇଥିଲା ଆମ୍ବୁଲାନ୍ସ। ଦୀର୍ଘ ଦେଢ ଘଣ୍ଟା ଅଟକି ରହିବା ପରେ ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସଟି ମୁକୁଳିଥିଲା।