ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା, ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କୌଣସି ସୁଧାର ଦେଖିବାକୁ ମିଳିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨୧ ଜଣ, କଟକ ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରୁ ୬ ଜଣ ଲେଖାଏଁ ରହିଛନ୍ତି। ସେହିପରି ବରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ୫ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ, ଦେବଗଡ଼ ଜିଲ୍ଲାରୁ ଜଣେ ରହିଛନ୍ତି।