ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ସିଲ୍‌, ସଟ୍‌ଡାଉନ୍‌ରେ ଚାଲିଥିଲା ବେପାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ୪ ନମ୍ବର ମାଛ ମାର୍କେଟ ସିଲ୍‌। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାଛ ମାର୍କେଟକୁ ସିଲ୍‌ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ମାଛ ମାର୍କେଟକୁ ବନ୍ଦ କରିଛି ବିଏମସି। ଏହା ସହ ମୋଟା ଅଙ୍କର ଫାଇନ୍‌ ମଧ୍ୟ ଆଦାୟ ହୋଇଛି।

କୋଭିଡ ଗାଇଡ଼ ଲାଇନ ଉଲ୍ଲଂଘନରେ ୪ ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କଲା ବିଏମସି। ଆଗରୁ ଜୁନ ମାସରେ ୧୫ ଦିନ ପାଇଁ ସିଲ କରିଥିଲା। ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦେଇଥିଲା ବିଏମସି। ହେଲେ ବିଏମସିର ଚେତାବନୀକୁ ନମାନି ସଟଡାଉନରେ ଦୋକାନ ଓ ଗୋଦାମ ଖୋଲି କରୁଥିଲେ ବେପାର। ମାର୍କେଟକୁ ସିଲ କରିବା ସହ ଦୋକାନୀ ଓ ଗୋଦାମ ଉପରେ ମୋଟା ଅଙ୍କର ଫାଇନ କରିଛି ବିଏମସି।