ରାୟଗଡ଼ା ଓଭର ବ୍ରିଜରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଅନେକ ଲୋକେ

ରାୟଗଡ଼ା,ଏନ୍ଏନ୍ଏସ୍: ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନେକ ଲୋକ। ବିଶାଖାପଟଣାରୁ ସ୍କ୍ରାପ ନେଇ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ ଟ୍ରକ ହଠାତ୍ ରାୟଗଡ଼ା ଓଭର ବ୍ରିଜି ଉପରେ ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ ଟ୍ରକଟି ବ୍ରିଜ ଉପରୁ ତଳକୁ ଖସିବା ପୂର୍ବରୁ ବିଦ୍ୟୁତ ଖୁଣ୍ଟରେ ଅଟକି ଯାଇଥିଲା। ରାତି ସମୟ ହୋଇଥିବାରୁ ତଳେ ଚାଲୁଥିବା ପାରିବା ବଜାର ବନ୍ଦଥିଲା।

ଏହି ଦୁର୍ଘଟଣାରେ ବ୍ରିଜ ପାର୍ଶ୍ଵରେ ରହିଥିବା ପିଲର ଗୁଡିକ ଭାଙ୍ଗି ଚୁରମାର ହୋଇଯାଇଛି। ଟ୍ରକରେ ଥିବା ସ୍କ୍ରାପ୍‍ ଗୁଡିକ ମଧ୍ୟ ତଳେ ପଡିଯାଇଛି। ବ୍ରିଜ ତଳ ଭାଗ ଜନଗହଳି ପୂର୍ଣ୍ଣ ସ୍ଥାନ ହୋଇଥିଲେ ବି ରାତି ସମୟ ଦୁର୍ଘଟଣା ହୋଇଥିବାରୁ ପରିବା ବଜାରରେ ଅନେକ ବ୍ୟବସାୟୀ ଏବଂ ସାଧାରଣ ଲୋକ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଡ୍ରାଇଭର ମନିକଣ୍ଟାକୁ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖିଛି। ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।