ଟୋକିଓ,ଏଜେନ୍ସି: ଟୋକିଓ ଅଲିମ୍ପିକରେ ଭାରତକୁ ମିଳିଛି ଆଉ ଏକ ପଦକ। ଏଥିସହିତ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି। ୬୫ କେଜି ବର୍ଗର ଫ୍ରି ଷ୍ଟାଇଲ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ବଜରଙ୍ଗ ପୁନିଆ। ପ୍ରତିପକ୍ଷ କାଜାକିସ୍ତାନ ପ୍ରତିଦ୍ୱନ୍ଦୀଙ୍କୁ ୮-୦ ସେଟରେ ହରାଇ ବ୍ରୋଞ୍ଜ ଜିତିଛନ୍ତି ବଜରଙ୍ଗ ପୁନିଆ। ପ୍ରଥମ ରାଉଣ୍ଡରେ ୨ ପଏଣ୍ଟ ପାଇଥିଲେ ପୁନିଆ। ୨ୟ ରାଉଣ୍ଡରେ କାଜାକିସ୍ତାନ ରେସଲରଙ୍କୁ ମାତ୍ ଦେଇ ଆଉ ୬ ପଏଣ୍ଟ ହାସଲ କରିଥିଲେ ବଜରଙ୍ଗ ପୁନିଆ।
ବଜରଙ୍ଗ ପୁନିଆ ସେମିଫାଇାନଲରେ ଭାରତକୁ ନିରାଶ କରିଥିଲେ। ଏହା ସତ୍ତେ୍ୱ ମେଡାଲ ଆଶା କାଏମ ରହିଥିଲା। ବଜରଙ୍ଗ ୬୫ କେଜି ବର୍ଗ ସେମିଫାଇନାଲରେ ବର୍ତ୍ତମାନର ଅଲିମ୍ପିକ୍ ମେଡାଲିଷ୍ଟ ଏବଂ ୩ ଥର ବିଶ୍ୱ ଚାମ୍ପିୟନ୍ ଆଜରବୈଜାନର ହାଜି ଆଲିୟେଭଙ୍କ ଠାରୁ ୫-୧୨ରେ ପରାସ୍ତ ହୋଇଥିଲେ।